Friday 16 December 2022

ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ତରୀୟ ଖେଳ କୁଦ ପ୍ରତିଯୋଗିତା ଅନୁଷ୍ଠିତ




ସାକ୍ଷୀଗୋପାଳ---  ବିଶ୍ବ କପ ହକି ପରିପ୍ରେକ୍ଷୀରେ ସ୍ଥାନୀୟ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ଖେଳ କୁଦ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ସତ୍ୟବାଦୀ ଶିକ୍ଷା ମଣ୍ଡଳ ଅଧିନ ବିଦ୍ୟାଳୟ ମାନଙ୍କରୁ ବିଭିନ୍ନ ଖେଳ କୁଦ ପ୍ରତିଯୋଗିତାରେ ବଛା ବଛା ଛାତ୍ର ଛାତ୍ରୀ ମାନେ ସେମାନଙ୍କ ଶାରୀରିକ ଶିକ୍ଷା ଶିକ୍ଷକ ,ଶିକ୍ଷୟିତ୍ରୀ ମାନଙ୍କ ସହ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ ।  ବ୍ଲକ ଅଧ୍ୟକ୍ଷ ଶ୍ରୀ ସୁନିଲ୍‌ କୁମାର ପଣ୍ଡା,  ତହସିଲଦାର ଜୟନ୍ତ କୁମାର ଜୟସିଂ, ବିଡିଓ ଲୋଚନ ଦାସ,  ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀମତୀ ଭବମ୍‌ ପ୍ରଧାନ , ବିଦ୍ୟାଳୟ ର ଭାରପାପ୍ତ ପ୍ରଧାନ ଶିକ୍ଷକ ମାନସ ରଞ୍ଜନ ପଟ୍ଟନାୟକ,  ସରପଞ୍ଚଙ୍କ ପ୍ରତିନିଧି ଦେବଦତ୍ତ ସାମନ୍ତରାୟ, ସମିତି ସଭ୍ୟ ଦୀପକ ଶତପଥୀ ଙ୍କ ସହିତ ଖେଳାଳୀ ମାନଙ୍କ ସହ ପାରା ଅଲମ୍ପିକ୍‌ରେ ସ୍ବର୍ଣ୍ଣ  ପଦକ ବିଜେତା ସତ୍ଯବାଦୀ ମାଟିର ଝିଅ ଜୟନ୍ତୀ ବେହେରା ଏବଂ ସତ୍ୟବାଦୀ ଗୁରୁକୂଳ ସ୍ପୋର୍ଟସ କ୍ୟାମ୍ପର ସହଯୋଗୀ ମାନେ ଉକ୍ତ ରାଲିରେ ସମବେତ ହୋଇ ବସଷ୍ଟାଣ୍ଡ ଠାରୁ ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ପର୍ଯ୍ୟନ୍ତ ଆସିଥିଲେ।  ଅତିଥିମାନେ ବିଦ୍ୟାଳୟରେ ପହଞ୍ଚିବା ପରେ ବିଦ୍ୟାଳୟ ପରିସରରେ ଥିବା ଗୋପବନ୍ଧୁଙ୍କ ପ୍ରତିମୁର୍ତ୍ତି ଓ ପଞ୍ଚସଖା ମଣ୍ଡପରେ ମାଲ୍ୟାର୍ପଣ ସହ ଧୂପ ଦୀପ ପ୍ରଦାନ କରିଥିଲେ। ଅନୁଷ୍ଠିତ ସଭାରେ ଅଧ୍ୟକ୍ଷତା କରିଥିଲେ ବ୍ଲକ ଶିକ୍ଷା ଅଧିକାରୀଣି ଭବମ ପ୍ରଧାନ।  ଅତିଥି ଭାବେ ଅନ୍ୟ ମାନେ ଯୋଗଦେଇଥିଲେ। ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା  ସ୍ବାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା ।  ମଂଚ ପରିଚାଳନା କରିଥିଲେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ମାନସ ରଞ୍ଜନ ପଟ୍ଟନାୟକ। ଅତିଥି ପରିଚୟ ପ୍ରଦାନ କରିଥିଲେ ଶାରିରୀକ ଶିକ୍ଷା ଶିକ୍ଷକ ଲକ୍ଷ୍ମୀ ପ୍ରସାଦ ମିଶ୍ର।ଖେଳ କୁଦ  ଜୀବନର ଏକ ବିଶେଷ ଅଙ୍ଗ, ସେ ସମ୍ପର୍କରେ ଅତିଥି ମାନେ ଅଭିଭାଷଣ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସତ୍ୟବାଦୀ ଶିକ୍ଷା ମଣ୍ଡଳ ତରଫରୁ ପାରା ଅଲମ୍ପିକ୍‌ରେ ସ୍ବର୍ଣ୍ଣ  ପଦକ ବିଜେତା ସତ୍ଯବାଦୀ ମାଟିର ଝିଅ  ଜୟନ୍ତୀ ବେହେରା ଓ ତାଙ୍କ କୋଚ୍‌ ବିଷ୍ଣୁ ପ୍ରସାଦ ମିଶ୍ରଙ୍କୁ  ସମ୍ବର୍ଦ୍ଧିତ କରାଯାଇଥିଲା। ଅତୀଥିମାନେ କ୍ରିଡା ପତାକା ଉତ୍ତୋଳନ କରିବା ପରେ ଖେଳାଳୀ ମାନଙ୍କୁ ଶପଥ ପାଠ  କରାଯାଇଥିଲା ।  ସତ୍ୟବାଦୀ କ୍ରିଡା ମଣ୍ଡଳର ସମ୍ପାଦକ ତଥା ସତ୍ଯବାଦୀ ବିଦ୍ୟାଳୟ ର ଶାରୀରିକ  ଶିକ୍ଷା ଶିକ୍ଷକ  ସୁଚିତ୍ର ଖଟେଇ  ସମସ୍ତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।  ଚୟନ ହୋଇଥିବା ରେଫେରୀ ମାନେ ଖେଳ ପରିଚାଳନା କରିଥିଲେ । ସିଆରସିସି ଏବଂ ଏବିଇଓ ଉପସ୍ଥିତ ଥିବା ବେଳେ ଶାରୀରିକ ଶିକ୍ଷା ଶିକ୍ଷକ ଦାମୋଦର ମିଶ୍ର,ଲିଙ୍ଗରାଜ ସାହୁ,ସନ୍ଦିପ୍‌ ତ୍ରିପାଠୀ ଏବଂ ଶାରୀରିକ ଶିକ୍ଷା ଶିକ୍ଷୟିତ୍ରୀ ପୁଷ୍ପାଂଜଳି ଜେନା,ମୌସୁମୀ ଦାସ,କଳ୍ପନା ପ୍ରଧାନ,ଜୟଶ୍ରୀ ପଣ୍ଡା ଏବଂ ଚିନ୍ମୟୀ ମହାନ୍ତି ଖେଳ ପରିଚାଳନା ରେ ସହଯୋଗ କରିଥିଲେ। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୬/୧୨/୨୦୨୨---୮,୨୫  Sakhigopal News,16/12/2022

ଦନ୍ତା ହାତୀ ଆକ୍ରମଣରେ ବୃଦ୍ଧ ଆହତ



ଭଞ୍ଜନଗର - ଦନ୍ତାହାତୀ ଆକ୍ରମଣରେ ବୃଦ୍ଧ ଗୁରୁତର ଆହତ ।  ଏଭଳି ଘଟଣା ଘଟିଛି ଉତ୍ତର ଘୁମୁସର ବନଖଣ୍ଡ ତାରସିଂ ବନାଞ୍ଚଳ ର ବାରଦଣ୍ଡା ଗାଁ ନିକଟରେ । ଆହତ ଜଣକ  ବାରଦଣ୍ଡା ଗ୍ରାମର ଉଦୟ ପ୍ରଧାନ । ଖବର ଅନୁସାରେ ଉଦୟ ନିଜ ପରିବା କ୍ଷେତରୁ ଫେରୁଥିବା ସମୟରେ  ଦନ୍ତାହାତୀ ହାବୁଡ଼ରେ ପଡ଼ି ଯାଇଥିଲେ। ସେହି ହାତୀକୁ ଦେଖି ଉଦୟ ଦଉଡ଼ି ପଳାଉଥିବା ବେଳେ ହାତୀଟି ଦଉଡି ଯାଇ ଉଦୟର ଗୈାଡ ଙ୍କୁ ଶୁଣ୍ଢରେ କଚାଡି ଏକ ବୁଦାକୁ ଫୋପାଡି ଦେଇଥିଲା । ଘଟଣା ସ୍ଥଳରେ ହିଁ ସେ ପଡିରହିଥିଲେ । ତାଙ୍କ ପାଟି ଶୁଣି ନିକଟରେ ଥିବା କିଛି ଲୋକେ  ଉଦୟଙ୍କୁ ଗୁରୁତର ଅବସ୍ଥାରେ ଉଧାର କରିଥିଲେ । ପରେ ପରିବାର ଲୋକେ  ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ତେବେ ଆହତଙ୍କ ସ୍ବାସ୍ଥ୍ୟବସ୍ଥା ବିପଦମୁକ୍ତ ଥିବା ମେଡିକାଲ ସୂତ୍ରରୁ ଜଣାପଡିଛି । ବନଖଣ୍ଡ ଅଧିକାରୀ ସୁଦର୍ଶନ ବେହେରା ଡାକ୍ତରଖାନାରେ ପହଞ୍ଚି  ଆହତ ଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୬/୧୨/୨୦୨୨---୮,୨୫ Sakhigopal News,16/12/2022

ଅଧ୍ୟାପକ ରୁ ଆଇନଜୀବୀ , ସ୍ବାଗତ ଜଣାଇଲା ଓକିଲ ସଂଘ




ଭଞ୍ଜନଗର -- ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ଅଧ୍ୟାପକ ଭାବେ କାର୍ଯ୍ୟକରୁଥିଲେ  ସଂଗ୍ରାମ ମିଶ୍ର ।  ବହୁ ବର୍ଷ ଉକ୍ତ ବିଭାଗରେ କାର୍ଯ୍ୟ କରିବା ପରେ ସେ   କିଛି ମାସ ହେଲା କାର୍ଯ୍ୟରୁ ଅବସର ନେଇଥିଲେ । ଅବସର ପରେ ଅତୀତର ଆଇନଜୀବି ଯୋଗ୍ୟତା କୁ ନେଇ  ଶ୍ରୀମିଶ୍ର ଆଇନଜୀବୀ ଭାବେ କାର୍ଯ୍ୟ କରିବାକୁ ଆଗ୍ରହ ପ୍ରକାଶ କଲେ ।  ଏହା ପରେ ଗୁରୁବାର ଭଞ୍ଜନଗର କୋର୍ଟରେ ଆଇନଜୀବୀ ଭାବେ ଯୋଗ ଦେଇଥିଲେ ।  ଭଞ୍ଜନଗର ଓକିଲ  ସଂଘ ତରଫରୁ ତାଙ୍କୁ ସ୍ବାଗତ କରାଯାଇଥିଲା । ଏହି ସ୍ବାଗତ କାର୍ଯ୍ୟକ୍ରମରେ ସଂଘର ସଭାପତି ସନ୍ତୋଷ ନାୟକ ,ଗିରିଜା ଶଙ୍କର ଭୂୟାଁ ଙ୍କ ସମେତ ବହୁ ଆଇନଜୀବୀ ଉପସ୍ଥିତ ଥିଲେ । ଏବେ  ଜୀବନର ଅବଶିଷ୍ଟ ସମୟ  ଗରୀବ ଓ  ଅସହାୟ ଲୋକଙ୍କୁ ଆଇନ୍ ସେବା ଯୋଗାଇଦେବାରେ ଉତ୍ସର୍ଗ କରିବେ ବୋଲି ଶ୍ରୀ ମିଶ୍ର ନିଜ ପ୍ରତିକ୍ରିୟାରେ କହିଛନ୍ତି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୬/୧୨/୨୦୨୨---୮,୧୫ Sakhigopal News,16/12/2022

ଉତ୍କଳମଣି ଶ୍ରୀ ଦାସଙ୍କ ଜନ୍ମପୀଠର ଐତିହ୍ୟ ପ୍ରକଳ୍ପ ଅଗ୍ରଗତି ସମିକ୍ଷା କଲେ ; ସଂସ୍କୃତି ସଚିବ



 
 ସାକ୍ଷୀଗୋପାଳ ----ଉତ୍କଳମଣି ଦାସଙ୍କ ଜନ୍ମମାଟି ସୁଆଣ୍ଡୋ ଗ୍ରାମକୁ ରାଜ୍ୟ ସରକାର  ଐତିହ୍ୟ ଗ୍ରାମ ଭାବେ ଘୋଷଣା କରାଯାଇଛି । ଏହି ପ୍ରକଳ୍ପ ଜାନୁଆରୀ ୨୬ ତାରିଖରେ ଉଦଘାଟନ କରାଯିବ ବୋଲି ରାଜ୍ୟ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ସମୟ ପାଖେଇ ଆସୁଥିବାରୁ ପ୍ରକଳ୍ପ ଅଗ୍ରଗତି ସମିକ୍ଷା କରିବା ସଂସ୍କୃତି ସଚିବ ସତ ବ୍ରତ ସାହୁ  ଗୁରୁବାର ଅପରାହ୍ନ ରେ ସଂସ୍କୃତି ସଚିବ ଐତିହ୍ୟ ସୁଆଣ୍ଡୋ ଗ୍ରାମରେ ପହଞ୍ଚିଥିଲେ  । ତାଙ୍କ ଙ୍କ ସହିତ ସଂସ୍କୃତି ବିଭାଗ ଡାଇରେକ୍ଟର ରଞ୍ଜନ କୁମାର ଦାସ ,  ପୁରୀ ଜିଲାପାଳ ସମର୍ଥ ବର୍ମା ଓ ଅତିରିକ୍ତ ସଂସ୍କୃତି ସଚିବ ମଧୁସୁଦନ ଦାସ, ଅତିରିକ୍ତ ଜିଲାପାଳ ପ୍ରଦୀପ କୁମାର ସାହୁସାହୁ ଓ ଓଡିଶା ସେତୁ ନିର୍ମାଣ ନିଗମ  ପରିଚାଳନା ନିର୍ଦ୍ଦେଶକ  ଜ୍ଯୋତି ପ୍ରକାଶ ଦାସ ପ୍ରମୁଖ ଅଧିକାରୀ ମାନେ ଐତିହ୍ୟ ପ୍ରକଳ୍ପ ଅଗ୍ରଗତିର ସଂପର୍କରେ ଏକ ସମିକ୍ଷା କରିଥିଲେ  । ଗୋପବନ୍ଧୁଙ୍କ ଷଠିଘରର  ଚାଳକୁ ଟାଇଲ ପକା ଯାଉଥିବା ଦେଖି ଖୁସି ବ୍ଯକ୍ତ କରିଥିଲେ ସଚିବ   ।ସଂଗ୍ରହାଳୟ, ପୋଖରୀ, ପିଲାଙ୍କ ଖେଳ ପଡିଆ, ଗ୍ରାମ ରାସ୍ତା,ନିର୍ମାଣାଧୀନ ଶିବମନ୍ଦିର, ପ୍ରତିମୂର୍ତ୍ତି ସ୍ଥାପନ ପିଣ୍ଡି ଆଦି ବୁଲି ଦେଖିଥିଲେ। ମନ୍ଦିରର ନିର୍ମାଣ ଜାନୁଆରୀ ୧୫ ତାରିଖ ସୁଦ୍ଧା ସରିବ ବୋଲି  ମହାରଣା ପ୍ରତିଶ୍ରୁତି ଦେଇଥିଲେ । ସେହିପରି ୧୫ ଫୁଟ ଉଚ୍ଚ ତା ବିଶିଷ୍ଟ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାମ ଶେଷ ହୋଇ ସାରିଛି  ବୋଲି ଭାସ୍କର୍ଯ୍ୟ ଶିଳ୍ପୀ ଜୟନ୍ତ କୁମାର ଦାସ କହିଥିଲେ  । ଜାନୁଆରୀ ୨୬ରେ ପ୍ରକଳ୍ପ ଉଦ୍ଘାଟନ କରାଯିବ ବୋଲି ସଂସ୍କୃତି ସଚିବ ଶ୍ରୀ ସାହୁ କହିଥିଲେ  । ଅନ୍ଯମାନଙ୍କ ମଧ୍ଯରେ ସେତୁ ନିର୍ମାଣ ନିଗମ ପରିଚାଳକ ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର, ବିକେ ଆର୍ଟ କଲେଜ ଅଧ୍ଯକ୍ଷ ରାଜେନ୍ଦ୍ର କୁମାର ପାଢ଼ୀ, ପ୍ରୋଜେକ୍ଟ ଅଫିସର ଅଫିସର ସୁନ୍ଦର ମାଧବ ପାଢ଼ୀ, ଇଂ ପ୍ରମୋଦ କୁମାର ନାୟକ, ସତ୍ଯବାଦୀ ବ୍ଳକ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା, ବିଡିଓ ଲୋଚନ ଦାସ, ତହସିଲଦାର ଜୟନ୍ତ କୁମାର ଜୟସିଂହ, ଗୋପବନ୍ଧୁ ମେମୋରିଆଲ ଟ୍ରଷ୍ଟ ସଦସ୍ଯ ତଥା ସାମ୍ବାଦିକ ଧୀରେନ୍ଦ୍ର ନାଥ ଦାସ ଓ ସୂର୍ଯ୍ଯକାନ୍ତ  ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୬/୧୨/୨୦୨୨----୮,୨୦ Sakhigopal News,16/12/2022